ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୪୮ତମ ମ୍ୟାଚ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଡିଆକୁ ଓହ୍ଲାଇବ । ଦୁବାଇର ସାରଜା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଆଜିର ମ୍ୟାଚ ଖେଳାଯିବ । ତେବେ ଉଭୟ ଦଳ ସମାନ ପଏଣ୍ଟ ହାସଲ କରିଥିବାରୁ ଆଜିର ମ୍ୟାଚ ଜିତି ପ୍ଲେଅଫରେ ସ୍ଥାନ ସୁଦୃଢ କରିବାର ଲକ୍ଷ୍ୟ ରଖିଛନ୍ତି । ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସର ୧୧ଟି ମ୍ୟାଚ ଖେଳି ୭ଟି ମ୍ୟାଚ ଜିତିଛି । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ଅନୁପସ୍ଥିରେ ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ ଖେଳିବା ପାଇଁ ଯାଉଛି । ଚଳିତ ବର୍ଷ ମୁମ୍ବାଇ ଚମକ୍ରାର ପ୍ରଦର୍ଶନ କରି ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଅଛି । ଯଦି ଆମେ ଦଳର ବ୍ୟାଟସମ୍ୟାନ ମାନଙ୍କୁ ଦେଖିବା, ସମସ୍ତ ବ୍ୟାଟସମ୍ୟାନ ଚମକ୍ରାର ଫର୍ମରେ ଅଛନ୍ତି । ଅନ୍ୟପଟେ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ମ୍ୟାଚରେ ଏକ ବିସ୍ଫୋରକ ପାଳି ଖେଳିଥିଲେ । ତେଣୁ ଆଜିର ମ୍ୟାଚରେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ ଉକ୍ରଣ୍ଠା ଭରି ରହିଛି ।
The top two teams in #Dream11IPL 2020 points table will face each other in Match 48 in Abu Dhabi.
Preview by @ameyatilak https://t.co/fYij5FytXr #MIvRCB pic.twitter.com/IFvtOutD0k
— IndianPremierLeague (@IPL) October 28, 2020
ସେହିପରି ଦଳ ବୋଲିଂରେ ଯଶପ୍ରିତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଷ୍ଟାର ବୋଲର ଅଛନ୍ତି । ଅନ୍ୟପଟେ ବିପକ୍ଷ ଦଳ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସମସ୍ତ ଖେଳାଳୀ ଚମକ୍ରାର ଫର୍ମରେ ଅଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱାଧିନ ଆରସିବି ଦଳ ଦିନକୁ ଦିନ ତା’ର ପ୍ରଦର୍ଶନ ଭଲ କରିବାରେ ଲାଗିଛି । ଦଳର ଦୁଇ ବିସ୍ଫୋରକ ବ୍ୟାଟସମ୍ୟାନ ବିରାଟ କୋହଲି ଓ ଏ.ବି.ଡିଭିଲିୟର୍ସ ଉଭୟ ଭଲ ଫର୍ମରେ ଅଛନ୍ତି । ତେବେ ଆଜିର ମ୍ୟାଚ ସାରଜା ଷ୍ଟାଡିୟମରେ ହେବାକୁ ଯାଉଛି । ତେଣୁ ଆଜିର ମ୍ୟାଚ ହାଏଷ୍ଟ ସ୍କୋରିଂ ମ୍ୟାଚ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆରସିବି ଦଳର ଆଉ ୩ଟି ଲିଗ ମ୍ୟାଚ ବାକି ରହିଛି । ଏହି ମ୍ୟାଚ ଗୁଡିକ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାର ଅଛି । ଅନ୍ୟପଟେ ଉଭୟ ଦଳ ଆଜିର ମ୍ୟାଚ ଜିତି ପ୍ଲେଅଫରେ ପ୍ରବେଶ ନିଶ୍ଚିତ କରିବା ପାଇଁ ଚେଷ୍ଟା କରିବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0