spot_img

ବଡଗାମ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ଆଉ ଏକ ବଡ ସଫଳତା । କାଶ୍ମୀରର ବଡଗାମ ଜିଲ୍ଲା ଆରିବାଗ ମଚହାମା ଅଞ୍ଚଳରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରିଥିଲେ । ଏହି କର୍ଡନ କଡାକଡି ହେବା ପରେ ଆତଙ୍କବାଦୀମାନେ ପ୍ରଥମେ ଭାରତୀୟ ସେନା ଉପରେ ଗୁଳିଚାଳନା କଲେ । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ତେବେ ଏହି ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀମାନେ ରହୁଥିବା ଘରେ ଏକ ବଡ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥଲେ । ନିହତ ଆତଙ୍କବାଦୀ ମଧ୍ୟରେ ଜୈଶ-ଏ-ମହମ୍ମଦ କମାଣ୍ଡାର ରହିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular