ସାଉଦୀ: ଆତଙ୍କବାଦଙ୍କ ଆଡାସ୍ଥଳି ପାଲଟିଥିବା ପାକିସ୍ଥାନକୁ ଏକ ବଡ ଝଟକା । ପାକିସ୍ଥାନ ଅଧିକୃତ କାଶ୍ମୀର, ଗିଲଗିଟଏ-ବେଲୁଚିସ୍ଥାନକୁ ପାକିସ୍ଥାନ ମାନଚିତ୍ରରୁ ହଟାଇଛି ସାଉଦି ଆରବ । ଏ ବାବଦରେ ପିଓକେ ନେତା ଅମଜାଦ ଆୟୁବ ମିର୍ଜା ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ, ସାଉଦି ଆରବ ଏକ ୨୦ ଟଙ୍କିଆ ନୋଟ ଜାରି କରିଛନ୍ତି । ଯେଉଁଥିରେ ସେ ବିଶ୍ୱ ମାନଚିତ୍ରକୁ ଉପସ୍ଥାପନ କରିଛି । ତେବେ ଏହି ମାନଚିତ୍ରରେ ଗିଲଗିଟ-ବେଲୁଚିସ୍ଥାନ ଏବଂ କାଶ୍ମୀରକୁ ପାକିସ୍ଥାନର ଅଂଶ ଭାବରେ ଦର୍ଶାଯାଇ ନାହିଁ । ଅନ୍ୟପଟେ ସାଉଦି ଆରବର ଏପରି ପଦକ୍ଷେପ ପାକିସ୍ଥାନକୁ କୂଟନିତିକ ସ୍ତରରେ ଜୋରଦାର ଝଟକା ଦେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0