ନୂଆଦିଲ୍ଲୀ: ସୋସିଆଲ ମିଡିଆ ପୋଷ୍ଟ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । କହିଲେ ସାଧାରଣ ଲୋକଙ୍କୁ ପୋଲିସ୍ ହିଇରାଣ କରିପାରିବ ନାହିଁ । ମାମଲାରେ ମମତା ସରକାରଙ୍କୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ସୋସିଆଲ ମିଡିଆ ପୋଷ୍ଟ ବାହାନାରେ ସାଧାରଣ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦିଆଯାଇପାରିବ ନାହିଁ ବଳି । କଲିକତା ପୋଲିସକୁ କହିଛନ୍ତି ସାଧାରଣ ନାଗରିକଙ୍କୁ ସରକାରଙ୍କ ଆଲୋଚନା ଲାଗି ପ୍ରତାଡିତ କରାଯାଇପାରିବ ନାହିଁ । ତୁମେ ସୀମା ଉଲ୍ଲଂଘନ କରନାହିଁ । ଦିଲ୍ଲୀ ନିବାସୀ ଜଣେ ମହିଳା କରୋନା ମହାମାରୀ ମଧ୍ୟରେ କୋଲକାତାର ବ୍ୟସ୍ତବହୁଳ ରାଜାବଜାର ଅଞ୍ଚଳର ଫଟୋ ସେୟାର କରି ତାଲାବନ୍ଦ ନିୟମକୁ ନେଇ ମମତା ସରକାରଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କର ଏପରି ଆପତ୍ତିଜନକ ଫେସବୁକ୍ ପୋଷ୍ଟ ଲାଗି କୋଲକାତା ପୋଲିସ ତାଙ୍କୁ ସମନ୍ ପଠାଇଥିଲା । ମାତ୍ର ପୋଲିସ୍ ଏଭଳି ଭାବେ ସାଧାରଣଲୋକଙ୍କୁ ସମନ୍ ପଠାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଓ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ କହିଛନ୍ତି । ଏହି ପରିସ୍ଥିତିରେ ନ୍ୟାୟାଳୟକୁ ଆଗକୁ ବଢି ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରର ରକ୍ଷା କରିବାକୁ ହେବ । ଯାହାକୁ ସଂବିଧାନର ଧାରା ୧୯ (୧) କ ଭାବେ ପ୍ରତିଟି ନାଗରିକଙ୍କୁ ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0