ମାଲକାନାଗିରି : ମାଲକାନାଗିରି ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମ ଭି ୬୦ ଗ୍ରାମରୁ ପିଡିଏସ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ଏମ ଭି ୧୧୬ ଗ୍ରାମବାସୀ ଗାଡ଼ିକୁ ଅଟକାଇ ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏମଭି୬୦ର ଜଣେ ବ୍ୟକ୍ତି ମିନି ଟ୍ରକ୍ ଯୋଗେ ପ୍ରାୟ ୧ ଶହ ୩୦ ବସ୍ତା ଚାଉଳ ମାଲକାନଗିରି ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଏହି ସମୟରେ ଖବର ପାଇ ଏମ ଭି ୧୧୬ ଗ୍ରାମବାସୀ ଶିମିଳିବାଞ୍ଛା – ଉଣ୍ଡୁରୁକୋଣ୍ଡା ମୁଖ୍ୟ ରାସ୍ତାରେ ଏହି ମିନି ଟ୍ରକକୁ ଅଟକାଇ ଯୋଗାଣ ବିଭାଗକୁ ଖବର ଦେଇଥିଲେ । ପରେ ଗାଡ଼ିଟିକୁ ଏମଭି୬୨ ଗ୍ରାମକୁ ନିଆଯାଇ ଘଟଣାର ତଦନ୍ତ ଜାରି ରହିଛି। ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0