spot_img

କଟକ ଜଗତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଜଗତପୁର କଟକ ଜଗତପୁର ସ୍ଥିତ ଖଇରା ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ ଯେ, ସାଲେପୁର ପଟୁ କଟକ ଅଭିମୁଖେ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ ବାଇକ ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ ତଳେ ପଡିଯାଇଥିଲେ । ଟ୍ରକର ପଛ ଚକା ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଚାଳକଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରକଟିକୁ ଜବତ କରିଛି । ମୃତକ ହେଲେ ଜଗତପୁର ଥାନା ଭୟରପୁର ଗ୍ରାମର ରଞ୍ଜନ ସାହୁଙ୍କ ବଡ ପୁଅ ବିଜୟ ସାହୁ । ତାଙ୍କ ବୟସ ୨୫ ବର୍ଷ । ସେ ବୃତ୍ତିରେ ଜଣେ ରାଜମିସ୍ତ୍ରୀ । ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଟ୍ରକ୍

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular