ଆବୁଧାବି : କୋହଲି ଙ୍କ ସ୍ଲେଜ ପରେ ମଧୁର ପ୍ରତିଶୋଧ ନେଇ ମୁମ୍ୱାଇ ଇଣ୍ଡିଆନ୍ସକୁ ମ୍ୟାଚ୍ ଜିତାଇ ପ୍ଲେ ଅଫ୍ ରେ ସ୍ଥାନ ପକ୍କା କରାଇଦେଲେ ସୂର୍ୟ୍ୟକୁମାର ଯାଦବ । ଗତକାଲି ଆଇପିଏଲରେ ରୟାଲ ଚାଲେଂଜର୍ସ ବାଙ୍ଗାଲୋର ଏବଂ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲାରେ ଦେଖିବାକୁ ମିଳିଥିଲା ଏହି ଘଟଣା ।ଆରସିବିର ୧୬୫ ରନ୍ ଟାର୍ଗେଟକୁ ମୁମ୍ୱାଇ ପିଛା କରୁଥିବା ବେଳେ ୧୩ ତମ ଓଭରରେ ମୁମ୍ୱାଇ ବ୍ୟାଟସ୍ ମ୍ୟାନ୍ ସୂର୍ୟ୍ୟକୁମାର ଯାଦବଙ୍କ ଏକ ସର୍ଟସକୁ ରୋକିବା ପରେ କୋହଲି ତାଙ୍କୁ ଦେଖାଇଥିଲେ ନାଲିଆଖି । ବ୍ୟାଟିଂ କ୍ରିଜରେ ଥିବା ସୂର୍ୟ୍ୟକୁମାରଙ୍କ ଆଡକୁ କୋହଲି ମାଡି ଆସି ଆଖି ଦେଖାଇ ସ୍ଲେଜିଂ କରିଥିଲେ । ଏହା ପରେ ପରେ ଆରସିବି ବୋଲରଙ୍କୁ ନିର୍ଧୁମ୍ ପିଟିଥିଲେ ସୂର୍ୟ୍ୟକୁମାର ଯାଦବ । ସୂର୍ୟ୍ୟକୁମାର ଏହି ଇନିଂସରେ ୪୩ ବଲରୁ ଅପରାଜିତ ୭୯ ରନ୍ ର ବିସ୍ଫୋରକ ଇନିଂସ ଖେଳି ଲେ ଯେଉଁ ଇନିଂସରେ ଥିଲା ୧୦ ଚୌକା ଓ ୩ ଛକା । ମୁମ୍ୱାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତିଲା । ୧୬ ପଏଂଟ ସହିତ ବର୍ତମାନ ପ୍ଲେ ଅଫ୍ ରେ ସ୍ଥାନ ପକ୍କା କରିଛି ।ଏବେ ସବୁଠି ଚର୍ଚ୍ଚା ହେଉଛି କୋହଲିଙ୍କୁ ମହଙ୍ଗା ପଡିଲା ସ୍ଲେଜିଂ । ଆଗକୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଦଳରେ ସ୍ଥାନ ପାଇ ନାହାନ୍ତି ସୂର୍ୟ୍ୟକୁମାର । ଏହି ସ୍ଲେଜିଂ ପରେ ସେ ଏହାର ରାଗକୁ ଆରସିବି ଉପରେ ସୁଝାଇ ଦେଲେ ବୋଲି ସୋସିଆଲ୍ ମିଡିଆରେ ବି ଚର୍ଚ୍ଚା ହେଉଛି । ରୟାଲ ଚାଲେଂଜର୍ସ ବାଙ୍ଗାଲୋର ୨ୟ ସ୍ଥାନ ରେ ଥିବାବେଳେ ମୁମ୍ୱାଇ ଇଣ୍ଡିଆନ୍ସ ୧ମ ସ୍ଥାନ ରେ ଏହା ଚର୍ଚ୍ଚା ବିଷୟ ପାଲଟିଛି ସୋସିଆଲ୍ ମିଡିଆରେ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0