ଭୁବନେଶ୍ୱର: ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ଅଛି । ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ହେଲେ ଏହା ପୂର୍ବରୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଚାହିଁଲେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ରାଜଧାନୀର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟବର୍ତ୍ତୀ ସ୍କୁଲକୁ ଟ୍ୟାଗ୍ କରାଯିବ । ସେଠାରେ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯାଇପାରିବ ବୋଲି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ।ବିଏମସି ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଯଦି ସବୁ ସ୍କୁଲ କଲେଜରେ କୋଭିଡ ପରୀକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିବେ ତେବେ ସେନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଆବାସିକ ସଂଘ, ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ଯଦି ସେମାନଙ୍କର କର୍ମଚାରୀଙ୍କର କୋଭିଡ ପରୀକ୍ଷା କରିବାକୁ ଚାହିଁବେ ତେବେ ସବୁ ପ୍ରକାରର ସହଯୋଗ ଯୋଗାଇଦିଆଯିବ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0