spot_img

ମହୁମାଛି ଆକ୍ରମଣରେ ୨ବୃଦ୍ଧ ଗୁରୁତର

ପାଟଣା : ମହୁମାଛି ଆକ୍ରମଣରେ ୨ଜଣ ଗୁରୁତର ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ପିପିଳିଆ ରସପଡ଼ା ଗାଁରେ ଘଟିଛି ଘଟଣା

ଖବର ଅନୁଯାୟୀ, କେନ୍ଦୁଝରର ୨ଟି ପୃଥକ ପୃଥକ ସ୍ଥାନରେ ମହୁମାଛି ଆକ୍ରମଣ ହୋଇଛି ପାଟଣା ଥାନା ପିପିଳିଆ ରସପଡା ଗାଁରେ  ମହୁମାଛି ଆକ୍ରମଣରେ ଦୁଇ ଜଣ ବୃଦ୍ଧ ଗୁରୁତର ହୋଇଛନ୍ତି ସେମାନଙ୍କୁ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଦୁଇ ଗୁରୁତର ହେଲେ  ପିପିଳିଆ ଗାଁର  ଈଶ୍ୱର ଚନ୍ଦ୍ର ମହାନ୍ତ  ରସପଡା ଗାଁର ଶାନ୍ତନୁ ମହାକୁଡ଼।  

ଶାନ୍ତନୁ ବଳଦ ଚରାଉ ଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ,  ସେହିପରି ପିପିଳିଆ ଗ୍ରାମର ଈଶ୍ୱର ଚନ୍ଦ୍ର ମହାନ୍ତ ଘର ପଛ ପଟରେ ଥିବା କାଜୁ ଜଙ୍ଗଲରେ ବୁଲୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular