ରାଜ୍ୟର ଅନେକ ଅଞ୍ଚଳରେ ଥଣ୍ଡା ପଡ଼ିଲାଣି। ଏପରିକି ଆଜି ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ସୋନପୁରରେ ସବୁଠୁ ଅଧିକ ଥଣ୍ଡା ପଡ଼ିଲାଣି। ଏଠାରେ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୋଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ମଧ୍ୟ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଅନୁଗୋଳରେ ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ଏଠାରେ ତାପମାତ୍ରା ୧୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୦ ଡିଗ୍ରୀ ରହିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0