ଭୁବନେଶ୍ବର: କରୋନା ସଂକ୍ରମଣ କମିଛି ସତ ମୃତ୍ୟୁରେ ବ୍ରେକ୍ ଲାଗୁନି । ରାଜ୍ୟରେ ବେକାବୁ ହେଉଛି କୋଭିଡ୍ ମୃତ୍ୟୁ । ଗତ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୪ଘଣ୍ଟାରେ ୧୧ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ସଂପୃକ୍ତ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଜଣ, କଟକରୁ ୨ ଜଣ, ଅନୁଗୁଳ, ଗଞ୍ଜାମ,ଝାରସୁଗୁଡା,କନ୍ଧମାଳ,ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ କରୋନାରେ ଆଖିବୁଜିଛନ୍ତି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0