ନୂଆଦିଲ୍ଳୀ: ସାରା ଭାରତରେ ରେଳ ପ୍ଲାଟଫର୍ମ ଟିକଟର ଦାମ ଅଧିକ ହେବା ପାଇଁ ଯାଉଛି । ଏନେଇ ରେଳବାଇ ସୂଚନା ଦେବା ସହ ପ୍ଲାଟଫର୍ମ ଟିକଟର ଦାମ ୨ଗୁଣ ହେବ ବୋଲି ସ୍ପଷ୍ଟ କରିଛି । ସୂଚନା ଅନୁସାରେ, ଦେଶର ୧୦୦ରୁ ଅଧିକ ଷ୍ଟେସନରେ ୟୁଜର ଡେଭଲପମେଣ୍ଟ ଫି ଲାଗୁ ହେବା ପାଇଁ ଯାଉଛି । ଯାହାଫଳରେ ବର୍ତ୍ତମାନ ଟିକଟର ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କା ବୃଦ୍ଧି ହେବା ପାଇଁ ଯାଉଛି । ଅନ୍ୟପଟେ ଖୁବ ଶୀଘ୍ର ଦେଶର ୧୨୧ଟି ଷ୍ଟେସନରେ ୟୁଡିଏଫ ଲାଗୁ କରିବାକୁ ଯାଉଛି । ତେବେ ସାରା ଦେଶରେ ଷ୍ଟେସନର ଟେଣ୍ଡର ପ୍ରକିୟା ନବୀକରଣ ହେବାପାଇଁ ଯାଉଥିବା ବେଳେ ପ୍ଲାଟଫର୍ମ ଫି ଏହାର ନିଲାମ କାଗଜପତ୍ରର ଏକ ଅଂଶ ହେବ ବୋଲି ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0