ଯେ କୌଣସି ପୁଜା ବିଧି ବା ଶୁଭ କାମରେ କଳସ ବସାଇବାରେ ବିଧି ବା ପରମ୍ଫରା କେବେ ଠାରୁ ଅଛି ସେ ନେଇ ଠୋସ୍ ତଥ୍ୟ ବର୍ତ୍ତମାନ ସୁଦ୍ଧା ତଥ୍ୟ ଉପଲବ୍ଧ ନାହିଁ । କିନ୍ତୁ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ସବୁବେଳେ ଥାଏ ଯେ ପିଲାମାନଙ୍କ ପରୀକ୍ଷା ହେଉ କିମ୍ବା ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯିବା ସମୟରେ ଘର ବାହାରେ ବାପାମାଆ ମାନେ ପୁର୍ଣ୍ଣକୁମ୍ବ ବସାଇଥାନ୍ତି । ସଂଙ୍କେତ ଥାଏ ଯେ ଏହା ଏକ ଶୁଭର ପ୍ରତୀକ ।
ହେଲେ କାହିଁକି ଆମେ ପୁର୍ଣ୍ଣକୁମ୍ଭ ବସାଇବା,ଏହା ପଛର ଅସଲ ରହସ୍ୟ କଣ ?
ଭାରତୀୟ ସଂସ୍କୃତିରେ ପଇଡ ବା ନଡିଆକୁ ଶୁଭର ସଂଙ୍କେତ ବୋଲି ବୁଝାଯାଏ । ବାସ୍ତବିକ କଥା ହେଲା ,ପଇଡ ବା ନଡିଆ ସୁଖ ଓ ସମୃଦ୍ଧିର ସୃଚକ ଅଟେ ।ଶୁଭ କାମରେ ଦେବାଦେବୀଙ୍କ ପାଖରେ ନଡିଆ ଭାଙ୍ଗିବା ପ୍ରଥା ରହିଛି । ଜଳପୁର୍ଣ୍ଣ କଳସୀ ଉପରେ ପଇଡ ବା ନଡିଆ ଏକ ଶୁଭ ଚିହ୍ନ ।
ହିନ୍ଦୁଧର୍ମର ପ୍ରତ୍ୟେକ ଶୁଭକାମ ଓ ପୁଜାପାଠରେ କଳସର ବ୍ୟବହାର କରାଯିବା ପଛର ଏକ ବଡ କାରଣ ଏହା ମଧ୍ୟରେ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ତ୍ରିଦେବଥାନ୍ତି ବୋଲି ବିଶ୍ୱାସ ରହିଥାଏ । ଏଣୁ ଶୁଭ କାମ କରାଯିବା ସମୟରେ ପ୍ରଥମେ କଳସ ପୁଜା କରାଯାଏ । କଳସ ମୁଳରେ ସ୍ୱୟଂ ବ୍ରହ୍ମା ,ମଧ୍ୟଭାଗରେ ଭଗବାନଶିବ ଏବଂ ଅଗ୍ରଭାଗରେ ଗୋଲକବିହାରୀ ବିଷ୍ଣୁ ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0