କାମାକ୍ଷାନଗର: ଆଜି ସକାଳେ ଢେ଼ଙ୍କାନାଳ ଜିଲା ଅବକାରୀ ଓ କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡାହାଡ଼ ଥାନା ଅନ୍ତର୍ଗତ ମରୁଆବିଲି ପଂଚାୟତ ଖରଖରୀ ଗାଁରେ ଚଢ଼ଉ କରାଯାଇଥିଲା। ଅବକାରୀ ବିଭାଗ ତରଫରୁ ଗାଁ ଆଉ ଆଖପାଖ ଅଞ୍ଚଳରୁ ଦେଶୀ ମଦ ରନ୍ଧା ସାମଗ୍ରୀ ଓ ପୋଚ ଜବତ କରାଯାଇଥିଲା। ଜବତ କରିବା ପରେ ଅବକାରୀ ବିଭାଗ କର୍ମଚାରୀମାନେ ଆସିଥିବା ୩ଟି ଗାଡ଼ିରେ ଯିବାକୁ ବାହାରିବା ବେଳକୁ ଗାଁ ଲୋକମାନେ ଗାଡ଼ି ସହ ସେମାନଙ୍କୁ ଅଟକ ରଖିଥିଲେ। ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଅବକାରୀ ବିଭାଗ ଆସି ଜୋର ଜବରଦସ୍ତ ଭାବରେ ଗାଁ ଭିତରେ ପଶି ସେମାନଙ୍କର ଘର ଭାଙ୍ଗି ଦେଇଛନ୍ତି। ଏପଟେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁ ମୁଣ୍ଡରେ ଅଟକ ରଖିଥିବା ବେଳେ ସେପଟେ ଗାଁର ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା। ପରେ କଙ୍କଡାହାଡ଼ ଥାନା ପୁଲିସ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0