ବୌଦ୍ଧ: ଅନୁଗୁଳ ଜିଲ୍ଲା କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଇନୋଭା ଗାଡ଼ିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀ ଘଟଣା ସ୍ଥଳରେ ମୃତ ଏବଂ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୬ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨୪ ଜଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରିବାହୀ ବସ୍ କିଆକଟା ଛକରେ ଛିଡ଼ା ହୋଇଥିବା ଏକ ଇନୋଭାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଆଖି ବୁଜିଥିବା ବେଳେ ୬ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0