spot_img

ବିଶିଷ୍ଟ ଓଡିଆ ଚଳଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଜଟଣୀ : ଓଲିଉଡର ସିନେ ଜଗତର ବିଶିଷ୍ଟ ନିର୍ଦେଶକ ରାଜୁ ମିଶ୍ର ଆଉ ନାହାନ୍ତି । ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଘରେ ବସିଥିବା ସମୟରେ ହୃଦଘାତରେ ଟଳି ପଡିଛନ୍ତି ରାଜୁ ମିଶ୍ର । ପରଲୋକ ନେଇ ପତ୍ନୀ ପ୍ରତିମା ମଂଜରୀ ମିଶ୍ରଙ୍କ ସୂଚନା ଦେଇଛନ୍ତି । ୭୨ ବର୍ଷ ବୟସରେ ଜଟଣୀସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଯାଇଛି । ସାଗର ଗଙ୍ଗା, ରୂପା ଗାଁର ସୁନା କନିଆ, ସତ ମିଛ ପରି ଅନେକ ଓଡିଆ ହିଟ୍ ଫିଲ୍ମରେ ନିର୍ଦେଶନା ଦେଇଛନ୍ତି ରାଜୁମିଶ୍ର । ଜୟଦେବ ସମ୍ମାନ ସହ ଅନେକ ପୁରସ୍କାର ଲାଭ କରିଛନ୍ତି ରାଜୁ ମିଶ୍ର । ୨୦୨୦ ମସିହାରେ ଓଲିଉଡର ବହୁ ବିଶିଷ୍ଟ କଳାକାର ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ରାଜୁ ମିଶ୍ରଙ୍କ ବିୟୋଗ ଓଲିଉଡ ସିନେ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ୧୯୮୧ ରେ ‘ଉଲକା’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular