spot_img

ବିହାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୭ ଜିଲ୍ଲାର ୯୪ଟି ଆସନ ପାଇଁ ହେଉଛି ମତଦାନ

ବ୍ୟୁରୋ ରିପୋର୍ଟ: ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । ୧୭ ଜିଲ୍ଲାର ୯୪ଟି ଆସନ ପାଇଁ ମତଦାନ ଚାଲିଛି । ୨ କୋଟି ୮୬ ଲକ୍ଷ ଭୋଟର ୧୪ ଶହ ୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଏଥିପାଇଁ ମୋଟ ୪୧ ହଜାର ୩୬୨ ବୁଥ୍ କରାଯାଇଛି । ମାଓ ଉପଦ୍ରୁତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୩ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ । ସେ ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ତେଜସ୍ୱୀ ଯାଦବଙ୍କ ବଡ ଭାଇ ତେଜ୍ ପ୍ରତାପ ଯାଦବଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି । ସେ ହସନପୁରରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏ ଦୁହିଁଙ୍କ ବ୍ୟତୀତ ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା । ସେ ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିୟୁ ୪୩, ଭିଆଇପି ୫ଟି ଆସନରେ ନିର୍ବାଚନ ଲଢୁଛି । ସେହିପରି ଆରଜେଡି ୫୬ ଆସନରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ୨୪ଟି ଆସନରେ ନିର୍ବାଚନ ଲଢୁଛନ୍ତି । ତେବେ ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲଜେପି ୫୨ ଆସନ, ଆରଏଲଏସପି ୩୬ ଆସନରେ ନିର୍ବାଚନ ଲଢୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular