spot_img

୯ରୁ ଯୁକ୍ତ ୩ ସ୍ପଟ୍ ନାମଲେଖା

ଭୁବନେଶ୍ୱର : ଯୁକ୍ତ୩ କଲେଜରେ ଖାଲି ଥିବା ସିଟ ପୂରଣ ପାଇଁ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। କେଉଁ କଲେଜରେ କେତେ ସିଟ ଖାଲି ରହିଛି ସେନେଇ ଆସନ୍ତା ୯ ତାରିଖରେ ୱେବସାଇଟରେ ଉଲ୍ଲେଖ କରାଯିବ। ନଭେମ୍ବର ୧୦ରୁ ୧୩ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଉପଲବ୍ଧ ‘ଡ୍ରପ୍ ବକ୍ସ’ରେ ଆବେଦନପତ୍ର ପକାଇବେ।ସ୍ପଟ ନାମଲେଖା ପାଇଁ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ସଂକ୍ଷିପ୍ତ ତାଲିକା ୧୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନୋଟିସ ବୋର୍ଡରେ ପ୍ରକାଶ କରିବେ। ୨୧ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି’ ଦାଖଲ କରିପାରିବେ। ନଭେମ୍ବର ୨୩ରୁ ୨୭ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ ଏବଂ ତଥ୍ୟ ଉପଲବ୍ଧ କରାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular