spot_img

ଆସୁଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ବଢିବ ସେନାର ଶକ୍ତି ଆଉ ହଜିବ ଶତ୍ରୁ ଆଖିର ନିଦ । ଆଜି ଭାରତ ଆସୁଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଏସବୁ ଯୁଦ୍ଧବିମାନ ଫ୍ରାନ୍ସରୁ ସିଧାସଳଖ ଗୁଜୁରାଟର ଜାମନଗରରେ ପହଞ୍ଚିବ । ଏହା ପହଞ୍ଚିବାର କିଛି ଦିନ ପରେ ଏହାକୁ ବାୟୁସେନାରେ ସାମିଲ କରାଯିବ । ଏହି ୩ଟି ବିମାନ ପହଞ୍ଚିବା ପରେ ଭାରତର ମୋଟ ରାଫେଲ ସଂଖ୍ୟା ୮କୁ ବୃଦ୍ଧି ପାଇବ । ଜୁଲାଇ ୨୯ରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଆସିଥିଲା । ୧୦ ସେପ୍ଟେମ୍ବରରେ ଆମ୍ବାଲା ଏୟାରବେସରେ ସେଗୁଡିକୁ ବାୟୁସେନାରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଏହି ଯୁଦ୍ଧ ବିମାନଗୁଡିକୁ ଭାରତ-ଚୀନ ବିବାଦୀୟ ସୀମା ଲଦାଖରେ ନିୟୋଜିତ କରାଯାଇଛି । ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ଫ୍ରାନ୍ସ ସହ ଚୁକ୍ତି କରିଛି ଭାରତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular