ମୁମ୍ବାଇ: ଧୀରେ ଧୀରେ ସ୍ୱାଭାବିକ ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରି । ପୂର୍ବରୁ କେତେକ ଟିଭି ଶୋର ସୁଟିଂ ଆରମ୍ଭ ହୋଇ ପ୍ରସାରଣ ମଧ୍ୟ ଆରମ୍ଭ ହେଲାଣି । ନିକଟରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏକ ଭିଡ଼ିଓ ସେୟାର୍ କରିଛନ୍ତି । ଯେଉଁଥିରେ ସେ ତାଙ୍କ ପାଖରେ ଥିବା ମାସ୍କ କଲେକ୍ସନକୁ ଦେଖାଇଛନ୍ତି । ଏଥି ସହ ସେ ‘ମାସ୍କ ଅନ୍- କରୋନା ଅଫ୍’ ବୋଲି ବାର୍ତ୍ତା ଦେଇଛନ୍ତି । ଭିଡ଼ିଓରେ ସେ ବିଭିନ୍ନ ପ୍ରକାରର ୧୨ଟି ମାସ୍କ ପିନ୍ଧିଥିବା କହିଛନ୍ତି । ଟ୍ୱିଟରକୁ ଦୁଇ ସପ୍ତାହ ତଳେ ବନ୍ଦ କରିଥିବା ବେଳେ କେବଳ ଇନଷ୍ଟାଗ୍ରାମରେ ସେ ସକ୍ରିୟ ଅଛନ୍ତି । ମାନସିକ ଭାବେ ସୁସ୍ଥ ରହିବା ପାଇଁ ନକରାତ୍ମକତାଠାରୁ ଦୂରେଇ ରହିବା ପ୍ରଥମ ପଦକ୍ଷେପ ବୋଲି ତାଙ୍କର ମତ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0