spot_img

ବିଜେପିରେ ଯୋଗ ଦେଲେ ଶତାଧିକ କଂଗ୍ରେସ କର୍ମୀ

ରାଜକନିକା : ବିଜେପିରେ ଯୋଗ ଦେଲେ ଶତାଧିକ କଂଗ୍ରେସ କର୍ମୀ । ଆଳି ନିର୍ବାଚନ ମଣ୍ଡଳୀର ରାଜକନିକା ନେଉଳଗଡିଆଠାରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ସମସ୍ତେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପଧାନପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ହେମନ୍ତ ସାହୁ ଓ ପଞ୍ଚାୟତ ସଭାପତି ସୂର୍ଯ୍ୟକାନ୍ତ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ବ୍ରଜ ସୁନ୍ଦର ଭୂୟାଁଙ୍କ ସହ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଜେପି ନେତାମାନେ ଯୋଗ ଦେଇଥିଲେ । ବ୍ଲକର ଅବହେଳିତ ଲୋକମାନଙ୍କର ନେତୃତ୍ୱ ବିଜେପି ନେଇପାରିବ ବୋଲି ବିଶ୍ୱାସ କରି ଶତାଧିକ କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular