ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୭୦୮ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫୧୧ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୭ ହଜାର ୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବରା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୭୮ଜଣ, ବାଲେଶ୍ୱରରୁ ୧୦୭ଜଣ,ବରଗଡ଼ରୁ ୩୯, ଭଦ୍ରକ ଜିଲ୍ଲାରୁ ୨୨,ବଲାଙ୍ଗୀର ୪୬, ବୌଦ୍ଧ ୫, କଟକ ଜିଲ୍ଲାରୁ ୧୦୬ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୩୦ଜଣ, ଗଜପତିରୁ ୯ଜଣ, ଗଞ୍ଜାମରୁ ୧୫ଜଣ, ଜଗତସିଂହପୁରରୁ ୫୩ଜଣ, ଯାଜପୁରରୁ ୩୨ଜଣ, ଝାରସୁଗୁଡ଼ାରୁ ୩୬ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୫୦ଜଣ, କେନ୍ଦୁଝରରୁ ୪୦ଜଣ, ଖୋର୍ଦ୍ଧାରୁ ୯୨ଜଣ, କୋରାପୁଟରୁ ୨୮ଜଣ, ମାଲକାନଗିରିରୁ ୫ଜଣ, ମୟୁରଭଞ୍ଜରୁ ୮୩ଜଣ, ନବରଙ୍ଗପୁରରୁ ୧୩ଜଣ, ନୟାଗଡ଼ରୁ ୨୩ଜଣ, ନୂଆପଡ଼ାରୁ ୩୧ଜଣ, ପୁରୀରୁ ୩୪ଜଣ, ରାୟଗଡ଼ାରୁ ୭ଜଣ, ସମ୍ବଲପୁରରୁ ୩୨ଜଣ, ସୋନପୁରରୁ ୨୦ଜଣ, ସୁନ୍ଦରଗଡ଼ରୁ ୧୦୭ଜଣ ରହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0