ମାଲକାନଗିରି :ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ପାମେଡ଼ ଥାନା ଅଞ୍ଚଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି।ପାମେଡ଼ ଥାନା ଅନ୍ତର୍ଗତ ଭାଟିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ବିଜାପୁର ପୁଲିସକୁ ସୂଚନା ମିଳିଥିଲା। ତେଲେଙ୍ଗାନା ପୁଲିସ ଏ ସମ୍ପର୍କରେ ଖବର ପାଇ ସେଠାରେ ଚଢ଼ଉ କରିଥିଲା। ତେଲେଙ୍ଗାନାର ଯବାନ କମ୍ବିଂ କରୁଥିବା ବେଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଘଟଣାରେ ୨ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ଆହତ ଯବାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0