ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ କରାଯିବ । ଏ ନେଇ ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ଵିତୀୟ ବୈଠକ ବସିବ । ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ବାର ନିର୍ମାଣ କାର୍ୟ୍ୟ। ପ୍ରଥମେ ପରୀକ୍ଷାମୂଳକ ଭାବେ ସାତପାହାଚ ଦ୍ଵାରରେ ରୂପା ଛାଉଣୀ କରାଯିବ । ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାରକୁ ରୂପା ଛାଉଣୀ କରାଯିବ । ବର୍ମାଟିକ କାଠରେ ନିର୍ମାଣ ହେବ ଚାରି ଇଞ୍ଚ ମୋଟେଇର ଦ୍ବାର। ପ୍ରାୟ ୨୫୦୦କିଲୋ ରୂପା ବ୍ୟବହାର ହେବ । ଅଭିଜ୍ଞ କାରିଗରିଙ୍କ ଦ୍ବାରା ଏହି କାର୍ୟ୍ୟ ହେବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0