spot_img

ଦନ୍ତା ଭାଙ୍ଗିଲା ଘର କାନ୍ଥ, ୫ ବର୍ଷର ଶିଶୁ ଗୁରୁତର

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଖୁଣ୍ଟାପଡା ଗାଁ ଲାଠିଗୁଡା ସାହିରେ ଗୋଠଛଡା ଦନ୍ତାହାତୀ ପଶି ଉପଦ୍ରବ କରିଛନ୍ତି । ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅରୁଣ ମୁଖୀଙ୍କ ଘରକୁ ଭାଙ୍ଗିଦେଇଥିଲା । ଘରର କାନ୍ଥ ପାଖରେ ଶୋଇଥିବା ପରିବାରର ୫ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ । ପାଞ୍ଚ ବର୍ଷର ଶିଶୁକନ୍ୟାର ଗୋଡରେ କାନ୍ଥ ପଡି ଗୁରୁତର ହୋଇଥିବା ଜଣାପଡିଛି । ଶିଶୁଟିକୁ ତେଲକୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular