spot_img

ଆସନ୍ତାକାଲି ବାଲେଶ୍ୱର ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି

ଭୁବନେଶ୍ବର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି କରାଯିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଗଣତି ପାଇଁ ୧୪ ଟି ଟେବୁଲ ରହିବ । ପ୍ରଥମେ ପୋଷ୍ଟାଲ ବାଲାଟ ଏବଂ ତା ପରେ ଇଭିଏମ ଭୋଟ ଗଣତି ହେବ । ଗଣତି କେନ୍ଦ୍ରରେ ତି୍ରସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ଟି କାଉଣ୍ଟିଂ ହଲ ରହିଛି । ପ୍ରତି ରାଉଣ୍ଡ ଅନୁସାରେ ଫଳାଫଳ ସମ୍ପର୍କରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜରେ ଭୋଟ ଗଣନା ହେବ । କୋଭିଡ ନିୟମ ମାନି ଭୋଟ ଗଣତି ହେବ । ସାମାଜିକ ଦୂରତା, ମାସ୍କ, ଫେସ ସିଲ୍, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ରହିବ । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି । ଶେଷରେ ଭିଭିପାଟ ଗଣନା ହେବ । ନିର୍ବାଚନ କମିସନ ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ । ଗଣମାଧ୍ୟମକୁ ଛୋଟ ଚୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular