spot_img

ଦୈନିକ ୯ ମିନିଟ ବାଜିବ ଘଣ୍ଟ ପ୍ରତିବାଦ

ଭୁବନେଶ୍ବର: ଏଣିକି ଦୈନିକ ୯ ମିନିଟ ଘଣ୍ଟ ପ୍ରତିବାଦ । ମନ୍ଦିର ଆଗରେ ସବୁଦିନ ବାଜିବ ପ୍ରତିବାଦର ଘଣ୍ଟ । ମହାମାରୀ କରେନା ଯୋଗୁ କିଛି ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଖାଁ ଖାଁ ରହିଛି । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଥିବା ବେଳେ ମନ୍ଦିର ଖୋଲିବାକୁ ଦୀର୍ଘଦିନର ଦାବି , ଗୁହାରୀ ସତ୍ତ୍ୱେ ଶୁରିୁନି ପ୍ରଶାସନ । ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ମନ୍ଦିର ସେବାୟତ ସଂଘ । ସଂଘର ନିଷ୍ପତ୍ତି ଅନୁଯାୟୀ ଏଣିକି ମନ୍ଦିର ଆଗରେ ସବୁଦିନ ବାଜିବ ପ୍ରତିବାଦର ଘଣ୍ଟ । ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଉନଥିବାରୁ ଏହା ପ୍ରତିବାଦରେ ଦୈନିକ ୯ ମିନିଟ୍ ଘଣ୍ଟ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଚି ରାଜ୍ୟ ମନ୍ଦିର ସେବାୟତ ସଂଘ । ଏହାସତ୍ତ୍ୱେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୨୦ ରେ ବିଧାନସଭା ଆଗରେ ବିକ୍ଷୋଭ କରିବାକୁ ରାଜ୍ୟ ମନ୍ଦିର ସେବାୟତ ସଂଘ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular