ନବରଙ୍ଗପୁର: କରୋନା କାଳରେ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ନିରୀହ ଲୋକଙ୍କ ଠାରୁ ଲୁଟୁଛନ୍ତି ଟଙ୍କା ସହ ସୁନା ଗହଣା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଛକରେ ଦେଖିବାକୁ ମଳିଛି ଏମିତି ଘଟଣା । ଦୁର୍ବୃତ୍ତ କାରାଗାଁର ଦୀପକ ଚୌଧୁରୀ ନାମକ ଜଣେ ଯୁବକ ଉମରକୋଟ ଆନ୍ଧ୍ର ବ୍ୟାଙ୍କରୁ ତାଙ୍କ ମାଲିକ ବିରଞ୍ଚିଙ୍କ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଫେରିବା ସମୟ ରେ ସେ ଧୋଡ଼ରା ଛକରେ ଏକ ପାନ ଦୋକାନ ପାଖରେ ନିଜ ବାଇକ୍ ରଖି ନିକଟସ୍ଥ ଔଷଧ ଦୋକାନକୁ ଯାଇଥିଲେ । ଏହି ସମୟ ରେ ପାନ ଦୋକାନକୁ ଦୁଇଟି ପିଲା ଆସି ଚୋକ୍ଲେଟ୍ ମାଗିଥିଲେ । ଏତିକି ବେଳେ ଦୁଇ ଜଣ ଲୁଟେରା ଆସି ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ୍ କରିନେଲେ । ତେବେ ଜିଲ୍ଲାରେ ଗତ ଏକ ସପ୍ତାହ ମଧ୍ୟରେ ଏହା ତୃତୀୟ ଲୁଟ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0