spot_img

ରାତି ପର୍ଯନ୍ତ ଚାଲିବ ବିହାର ଭୋଟ ଗଣତି

ପାଟନା: ସାରା ଦେଶର ନଜର ଏବେ ବିହାର ଇଲେକସନ ଉପରେ । ବିହାର ଭୋଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ରହିଛି । ସୂଚନା ଅନୁସାରେ, ବିହାରରେ ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଅନୁସାରେ ଏନଡିଏ ଏବେ ୧୨୩ଟି ଆସନରେ ଓ ମହାମେଣ୍ଟ ୧୦୯ଟି ଆସନରେ ଆଗୁଆ ଚାଲିଛନ୍ତି । ଅନ୍ୟପଟେ, ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି, ଏଥର କରୋନା ଗାଇଡଲାଇନ ପାଳନ ପାଇଁ ଅଧିକ ସଂଖ୍ୟକ ଭୋଟ ଗଣନା କେନ୍ଦ୍ର ସ୍ଥାପନ କରାଯାଇଛି । ତେବେ ପୂର୍ବରୁ ୧୫-୧୬ ରାଉଣ୍ଡ ଭୋଟ ଗଣନା ହେଉଥିବାବେଳେ ଏଥର ହାରାହାରି ପ୍ରାୟ ୩୫ ରାଉଣ୍ଡ ଭୋଟ ଗଣନା କରାଯାଉଛି । ତେଣୁ ଭୋଟ ଗଣତି ଶେଷ ହେଉ ହେଉ ବିଳମ୍ବିତ ରାତି ହୋଇଯିବ ବୋଲି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular