ମୁମ୍ବାଇ: ନ୍ୟାସନାଲ ଟେଲିଭିଜନରେ ନିଜ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ରାହୁଲ ବୌଦ । ସେ ଟେଲି ଅଭିନେତ୍ରୀ ଦିଶା ପରମାଙ୍କୁ ନିଜ ପ୍ରେମ ପ୍ରକାଶ କରୁଥିବାର ନଜର ଆସିଛନ୍ତି । ରାହୁଲ ଗତ ୨ବର୍ଷରୁ ଦିଶାଙ୍କୁ ଡ଼େଟ କରୁଥିବା ବେଳେ ଦୁହେଁ ସୋସିଆଲ ମିଡ଼ିଆରେ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରନ୍ତି । ବିଗ ବସ ୧୪ରେ ପ୍ରତିଯୋଗୀ ରାହୁଲ କିଛିଦିନ ହେବ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି ।

ଏ ନେଇ ଶୋ’ର ଏକ ପ୍ରମୋ ଶେଆର୍ ହୋଇଛି, ଯେଉଁଥିରେ ରାହୁଲ ସମସ୍ତଙ୍କ ସାମ୍ନାରେ ନିଜ ଗର୍ଲଫ୍ରେଣ୍ଡ ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି। ବାସ୍ତବରେ ଆଜି ମାନେ ନଭେମ୍ବର ୧୧ ହେଉଛି ଦିଶାଙ୍କ ଜନ୍ମଦିନ। ତେଣୁ ଏହି ବିଶେଷ ଅବସରରେ ରାହୁଲ ନିଜ ହୃଦୟର କଥା ଦିଶାଙ୍କୁ କହିବାକୁ ଯାଉଛନ୍ତି। ପ୍ରୋମୋରେ ଦେଖିବାକୁ ମିଳୁଛି ଯେ ରାହୁଲ ବହୁତ ନର୍ଭସ ଅଛନ୍ତି, କିନ୍ତୁ ସାହସ ଜୁଟାଇ ସେ ସମସ୍ତଙ୍କ ଆଗରେ ନିଜର ହୃଦୟର କଥା ଖୋଲି କହୁଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0