spot_img

ନୀଳଗିରିରେ ବଢିଚାଲିଛି ଚୋରା ପଥର କାରବାର

ନୀଳଗିରି : ନୀଳଗିରି ଅଞ୍ଚଳରେ ବଢିଚାଲିଛି ଚୋରା ପଥର ଓ ମୋରମ କାରବାର । ବାଲେଶ୍ୱର ଜିଲ୍ଲା ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଅଞ୍ଚଳରେ ବଢିଚାଲିଛି ଚୋରା କାରବାର । ପୋଲିସ ପାଟ୍ରୋଲିଂ କରୁଥିବା ସତ୍ୱେ ବି ଲଗାମ ଲାଗିପାରୁନି । ଥାନା ଆଗରେ ଶହ ଶହ ଗାଡି ଚୋରା ସାମଗ୍ରୀ ନେଇ ଯାଉଛନ୍ତି । ତେବେ ଏପରି ରାଜସ୍ୱହାନୀକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ବାଲେଶ୍ୱର ଜିଲ୍ଲାରେ ନୀଳଗିରି ରାଜସ୍ୱ ବିଭାଗ ଓ ପୋଲିସ ପ୍ରସାସନ ମଧ୍ୟରେ ସମନ୍ୱୟର ଅଭାବ କାହାକୁ ଅଛପା ନାହିଁ । ଏକଥା ନିଜେ ଉପଜିଲ୍ଲାପାଳ ଓ ତହସିଲଦାର ମଧ୍ୟ ସ୍ୱୀକାର କରିଛନ୍ତି । ଯାହାର ସୁଯୋଗ ନେଇ ଭରପୁର ଫାଇଦା ଉଠାଉଛନ୍ତି ମୋରମ, ପଥର, ବାଲି ମାଫିଆ । ସୋନନଦୀରୁ ଦୈନଦିନ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହେଉଛି । ବାଗୁଡ଼ି ଅଞ୍ଚଳରେ ବିନା ପରମିଟରେ ବେଆଇନ୍‌ ଭାବେ ପଥର ବୋଝେଇ ଟ୍ରକ ନୀଳଗିରି ଥାନା ଆଗରେ ଦେଇ ଯାଉଛି । ସମସ୍ତ ଘଟଣାକୁ ସଂପର୍କରେ ତହସିଲଦାର ମଧ୍ୟ ଜାଣିଛନ୍ତି, କିନ୍ତୁ ପୋଲିସର ସହଯୋଗକୁ ଦୋଷ ଦେଇ ଖସିଯାଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular