ପାଟଣା : ଥାନା ଭିତରେ ଯୁବକଙ୍କୁ ଅଟକ ରଖି ମାଡ ମରିବା ମହିଳା ଆଇଆଇସିଙ୍କୁ ମହଙ୍ଗା ପଡିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନାଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ୨ ବର୍ଷ ଯାଏଁ ଥାନା ପୋଷ୍ଟିଂ ବା ଫିଲ୍ଡ ଡ୍ୟୁଟି ପାଇଁ ବାରଣ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।
ସୂଚନା ଅନୁଯାୟୀ ଗତ ମେ ମାସରେ ଥାନା ଭିତରେ ଜଣେ ଯୁବକଙ୍କୁ ଅଟକ ରଖି ମାଡ଼ ମାରିବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଅଭିଯୁକ୍ତଙ୍କୁ ଥାନା ଭିତରେ ମାଡ ମାରିବା ସହ ବିଧା ଗୋଇଠା ମଧ୍ୟ ମାରିଥିଲେ ସଂଧ୍ୟାରାଣୀ। ସଂଧ୍ୟାରାଣୀଙ୍କୁ ୨ ବର୍ଷ ଯାଏ କିଛି ଫିଲ୍ଡ୍ ଡ୍ୟୁଟି ନଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କୁ ଥାନାରେ କିଭଳି ବ୍ୟବହାର କରାଯିବ ସେନେଇ ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ତାଙ୍କୁ ଟ୍ରେନିଂ ଦିଆଯିବ।
ମାଡ଼ ଖାଇଥିବା ଯୁବକ ଜଣଙ୍କ ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ରାଜୁ ମହାନ୍ତ ଏକ ଜମିବାଡ଼ି ବିବାଦକୁ ନେଇ ଥାନାକୁ ଆସିଥିଲେ। ଏହାକୁ ବିଚାର କରିବା ବଦଳରେ ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା। ତେବେ ଏହି ଘଟଣା ଏପ୍ରିଲ ୨୫ ତାରିଖରେ ଘଟିଥିବା ବେଳେ ଜମି ବାଡ଼ି ବିବାଦକୁ ନେଇ ଉକ୍ତ ଯୁବକକୁ ଥାନାକୁ ଅଣାଯାଇଥିବା ପାଟଣା ଥାନା ଅଧିକାରୀଣୀ ସନ୍ଧ୍ୟରାଣୀ ଜେନା କହିଥିଲେ। ଏସପିଙ୍କ ନିର୍ଦ୍ଦେସ କ୍ରମେ ଘଟଗାଁ ଏସ,ଡି,ପି,ଓ ରବିନ୍ଦ୍ର ମଲ୍ଲିକ ଘଟଣାର ତଦନ୍ତ କରିଥିଲେ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0