spot_img

ପୋଖରୀରେ ବୁଡି ନାବାଳକ ମୃତ

ଜୟପୁର : ପୋଖରୀରେ ଗାଧୋଇବା ବେଳେ ପଙ୍କରେ ଲାଗି ୧୨ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ରଣସପୁର ଗ୍ରାମରେ ।
ସୂଚନା ଅନୁସାରେ ଶନିବାର ସକାଳୁ ଗାଁର ଚୈତନ୍ୟ ତନ୍ତୀଙ୍କ ପୁଅ ନୃସିଂହନାଥ ତନ୍ତୀ ନିଜ ସାଙ୍ଗମାନଙ୍କ ସହ ମିଶି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ନୃସିଂହନାଥଙ୍କ ଗୋଡ ପଙ୍କରେ ଲାଗିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ତାଙ୍କ ସାଙ୍ଗମାନେ ଗାଁରେ କହିବା ପରେ ଗ୍ରାମବାସୀ ତାଙ୍କୁ ପାଣିରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁ ପୁତ୍ରର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular