spot_img

କୋରାପଟରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଜୟପୁର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ପେରାହାଣ୍ଡି ଗ୍ରାମରେ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗ୍ରାମର ଏକ ବିଦ୍ୟୁତ ଖୁଣ୍ଟର କିଛି ଦୂରରେ ପଡିଥିଲା ଯୁବକଙ୍କ ଶବ। ଶବ ନିକଟରେ ଏକ କଟିଂବ୍ଲେଡ଼, ତାଙ୍କ ଜୋତା ଆଉ ମୋବାଇଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଯୁବକ ଜଣଙ୍କ ହେଲେ ଚିକିମା ଗ୍ରାମର ରବଣ ହରିଜନ। ସେ ଜଣେ ଇଲେକ୍ଟ୍ରି ମେକାନିକାଲ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସେ ଆଜି କୌଣସି ଏକ କାର୍ଯ୍ୟ ପାଇଁ ପେରାହାଣ୍ଡି ଯାଇଥିଲେ। ଆଉ ସନ୍ଧ୍ୟାରେ ତାଙ୍କର ଶବ ପଡିଥିବା କିଛ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତଦନ୍ତ ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular