ଦେଶରେ କିଛି ଦିନ ହେବ ପୁଣି ବଢ଼ିଛି ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୧୦୦ନୂଆ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯ । ସେହପରି ଦିନକରେ ୧ହଜାର ୫୦୩ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ମୋଟ ସକ୍ରିୟ ରହିଛନ୍ତି ୪ଲକ୍ଷ ୭୯ହଜାର ୨୧୬ । ସେହିପରି ଦେଶରେ ଦିନକରେ ୪୪୭ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂତନ ମୃତକଙ୍କୁ ମିଶାଇ ମୋଟ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୨୯ ହଜାର ୬୩୫କୁ ବୃଦ୍ଧି । ଅନ୍ୟପଟେ ଦେଶରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୨ହଜାର ୧୫୬ଜଣ । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୮୨ ଲକ୍ଷ ୦୫ ହଜାର ୭୨୮ ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0