ଭୁବନେଶ୍ୱରର ୪ନଂ ମାର୍କେଟ୍ ସିଲ୍ । ଗତକାଲି ଏହି ଅଂଚଳରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ୟୁନିଟ୍ ୪ ମାର୍କେଟକୁ ସିଲ୍ କରିଛି ବିଏମସି । ଏହା ବାଦ୍ ଏହାର ଆଖପାଖ ଦୋକାନ ଗୁଡିକ ମଧ୍ୟ ସିଲ୍ କରାଯାଇଛି । ଆଗାମୀ ଆଦେଶ ଆସିବା ଯାଏଁ ଏହି ନିୟମ ଲାଗୁ ରହିବ ବୋଲି ବିଏମସି ସୂଚନା ଦେଇଛି । ୪ ନଂ ମାଛ ମାର୍କେଟରୁ ମାଛ କିଣିଥିବା ଲୋକଙ୍କୁ ନିଜେ ଘରୋଇ ସଂଗରୋଧରେ ରହିବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।
ସେହିପରି ନୂଆପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ ବିଏମ୍ସି ଆଜି କଣ୍ଟେନମେଣ୍ଟ ଜୋନ୍ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା କରିଛି।ତଦନୁଯାୟୀ, ଆସନ୍ତାକାଲିଠାରୁ ଡ. ମିଲନ ପାଲିତଙ୍କ ଘରଠାରୁ ସୀତାପୁର ବସ୍ତି ପର୍ଯ୍ୟନ୍ତ ଅଞ୍ଚଳକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ଏଠାରେ ରହୁଥିବା ଲୋକେ ବାହାରକୁ ଯାଇପାରିବେ ନାହିଁ। ଅପରପକ୍ଷେ ତ୍ରିନାଥବସ୍ତି ଅଞ୍ଚଳରେ ଆଲ୍ଲାହାବାଦ ବ୍ୟାଙ୍କରୁ-ଦୁର୍ଗାମଣ୍ଡପ-ତାରିଣୀ ମନ୍ଦିର-କବାଡ଼ି ଦୋକାନ ଓ ନାବାର୍ଡ ପଛପଟକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ଓ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ।



Visitors Today : 6
Total Visitors : 130579
Total Views : 9892135
Visitors Online Now : 0