ମୁମ୍ବାଇ: ପ୍ଲାଜମା ଦାନ କଲେ ଟେଲିଅଭିନେତା ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀ । ଏନେଇ ଗୁରମିତ ନିଜ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । କିଛି ଦିନ ପୂର୍ବେ ଏହି ଯୋଡ଼ି କରୋନା ସଂକ୍ରମିତ ହୋଇଥିଲେ । ମାତ୍ର ଏବେ ଉଭୟ ସୁସ୍ଥ ହୋଇ ପ୍ଲାଜମାଦାନ କରିଛନ୍ତି ।
ପୋଷ୍ଟରେ ଗୁରୁମିତ୍ ଲେଖିଛନ୍ତି ‘ଏହି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ଆଗକୁ ଆସନ୍ତୁ ଓ ପ୍ଲାଜ୍ମା ଦାନ କରିବାକୁ ଅପିଲ କରୁଛି। ଯଦି ଆପଣ ସୁସ୍ଥ ହୋଇସାରିଛନ୍ତି ତେବେ ସାହାଯ୍ୟର ହାତ ନିଶ୍ଚୟ ବଢ଼ାନ୍ତୁ’।

ପ୍ରକାଶ ଯେ ଗୁରମିତ ଓ ଦେବିନା ଇମାଜିନ୍ ଟିଭିରେ ପ୍ରସାରିତ ରାମାୟଣ ଶୋ’ରେ ରାମ ଓ ସୀତା ଭୂମିକାରେ ନଜର ଆସିଥିଲେ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0