ମୁମ୍ବାଇ: ନିଜର ସେକେଣ୍ଡ ଆନିଭର୍ସରୀ ପାଳିଲେ ବଲିଉଡ଼ର ଲଭବାର୍ଡ଼ ଦୀପବୀର। ଏନେଇ ଦୁହେଁ ସୋସିଆଲ ମିଡ଼ିଆରେ ଫୋଟ ସେୟାର କରିଛନ୍ତି । ଦୀପାବଳି ଓ ବିବାହ ବାର୍ଷିକୀ ଗୋଟିଏ ଦିନରେ ପଡ଼ିଥିବାରୁ ଦୁହେଁ ବେସ ଉସôାହିତ ଥିଲେ । ଫଟୋରୁ ହିଁ ସେମାନେ କେତେ ରୋମାଣ୍ଟିକ୍ ତାହା ସ୍ପଷ୍ଟ ଜଣାପଡ଼ୁଛି।
ଫଟୋର କ୍ୟାପସନ୍ରେ ଦୀପିକା ଲେଖିଛନ୍ତି- ‘ଏକ ଫଲି ମେ ଦୋ ମଟର। ଦ୍ୱିତୀୟ ବିବାହ ବାର୍ଷିକୀର ଅଭିନନ୍ଦନ ରଣବୀର। ତୁମେ ମୋତେ ସମ୍ପୂର୍ଣ୍ଣ କରିଛ’। ରଣବୀର ମଧ୍ୟ ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ସ୍ତ୍ରୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି।
ସେ ଲେଖିଛନ୍ତି ‘ଆତ୍ମା ସବୁବେଳେ ପାଇଁ ଏକାଠି ହୋଇଯାଇଛି। ହାପି ସେକେଣ୍ଡ ଆନିଭର୍ସରୀ ମୋ ଗୁଡ଼ିଆ’। ୨୦୧୮ରେ ଦୀପିକା ଓ ରଣବୀର ଇଟାଲୀରେ ବିବାହ କରିଥିଲେ ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0