spot_img

ବେଆଇନ ପଥର ଖୋଳା ଉପରେ ଚଢଉ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନରଦା ଗ୍ରାମରେ ବେଆଇନ ପଥର ଖୋଳା ଚାଲିଥିବା ବେଳେ ଗତକାଲି ରାତିରେ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ଗଡ଼ବାନ୍ଧଗୋଡ଼ାର ନରଦା ଗ୍ରାମରେ କିଛି ବର୍ଷ ଧରି ବେଆଇନ ପଥର ଖୋଳା ଚାଲିଥିଲା । ତେବେ ଗତକାଲି ରାତି ୧୧ଟା ସମୟରେ ଘସିପୁରା ଥାନା ଏସ ଆଇ ବିଶ୍ୱଜିତ ବେହେରା ଫୋର୍ସ ସହିତ ଉକ୍ତ ଅଞ୍ଚଳରେ ଚଢଉ କରିଥିଲେ। ତେବେ ଘଟଣାସ୍ଥଳରୁ ମାଫିଆମାନେ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲା ପୁଲିସ। ଏନେଇ ଘସିପୁରା ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular