କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଦ ପଞ୍ଚାୟତ ପହରିଆପଡ଼ାର ଟଙ୍କଧର ପହରିଆଙ୍କ ଘରୁ ଶନିବାର ରାତିରେ ଦୁଇ ଭରିସୁନା ଓ ୧ ଲକ୍ଷ ୧୦ ହଜାର ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଟଙ୍କଧର ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବଙ୍ଗୋମୁଣ୍ଡା ପୁଲିସ କୌଣସି ତଦନ୍ତ କରୁନଥିବା ଟଙ୍କଧର ଅଭିଯୋଗ ଆଣିଛନ୍ତି। ତେବେ ଏ ଘଟଣା ସମ୍ପର୍କରେ ବଙ୍ଗୋମୁଣ୍ଡା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ଶନିବାର ଦିନ ଟଙ୍କଧର ପହରିଆଙ୍କ ନାତିର ଅନ୍ନଛୁଆଣି କରିଥିଲେ। ଅନ୍ନଛୁଆଣି ଶେଷ ହେବାପରେ ସମସ୍ତ ବନ୍ଧୁବାନ୍ଧବ ନିଜ ନିଜ ଘରକୁ ଫେରିଯାଇଥିଲେ। କିନ୍ତୁ ସେହି ଦିନ ରାତିରେ ଗାଁର କିଛି ଜଣ ଦୁର୍ବୁତ୍ତ ଟଙ୍କଧର ପହରିଆଙ୍କ ଘରକୁ ରାତିରେ ଆସି କବାଟ ବାଡ଼େଇଥିଲେ। କବାଟ ଖୋଲିଲା ପରେ ଟଙ୍କଧରଙ୍କୁ ମାଡ଼ ମାରିବା ସହ ଘରର ଜିନିଷ ପତ୍ର ଫୋଫାଡି ଦେଇଥିଲେ। ନିଜ ନାତିର ଅନ୍ନଛୁଆଣିରେ ମିଳିଥିବା ଦୁଇ ଭାରି ସୁନା ଓ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ଦୁର୍ବୁତ୍ତ ପଳାଇ ଯାଇଥିଲେ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0