ଭୁବନେଶ୍ୱର : ରାଜଧାନୀରେ ପୁଣି ୨ଜଣ ଟ୍ରାଫିକ୍ କର୍ମଚାରୀ ସହୃଦୟତା ବେଶ୍ ଆଲୋଚନାର ବିଷୟ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟି ସମୟରେ ଜଣେ ପରିବା ବେପାରୀଙ୍କୁ କ୍ଷତିରୁ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ହଠାତ୍ ରାସ୍ତାରେ ବୋଝ ସହ ପଡିଯାଇଥିଲେ ବ୍ୟବସାୟୀଜଣଙ୍କ ବିଲାତି ପସରା , ରାସ୍ତା ସାରା ବିଛାଡି ହୋଇପଡିଥିବା ବିଲାତିକୁ ୨ଜଣ ଟ୍ରାଫିକ୍ କର୍ମଚାରୀ ଉଠାଇଥିଲେ ।
ଖବର ଅନୁଯାୟୀ, ଆଜି ଦିନ ଦଶଟା ସମୟରେ ଜଣେ ବେପାରୀ ନିଜ ଅଟୋରେ ବିଲାତି ନେଇ ଯାଉଥିବା ବେଳେ ଟ୍ରେ ତଳେ ପଡିଯାଇଥିଲା । ଯାହାଫଳରେ ବିଲାତିଗୁଡିକ ତଳେ ପଡିଯାଇଥିଲା। ଏହାଦେଖି ଏୟାରପୋର୍ଟ ଛକରେ କାର୍ଯ୍ୟରତ ଥିବା ୨ଜଣ କନେଷ୍ଟବଳ ଦୌଡି ଆସିଥିଲେ , ଏବଂ ତଳେ ପଡିଥିବା ବିଲାତିକୁ ଉଠାଇ ବେପାରୀଙ୍କ ବୋଝରେ ରଖିଥିଲେ ।
ଏହାସହିତ ଛକରେ ଉପସ୍ଥିତ ଥିବା କିଛି ସାଧାରଣ ଲୋକ ମଧ୍ୟ ବିଲାତି ଗୋଟାଇବାରେ ସହଯୋଗ କରିଥିଲେ । ଏହି ସମୟରେ କିଛି ସମୟ ପାଇଁ ଟ୍ରାଫିକ୍କୁ ଅଟକାଯାଇଥିଲା । ଯାହାଫଳରେ ସେହି ରୁଟ୍ରେ କୌଣସି ଗାଡିମଟର ଯିବାଆସିବା ବନ୍ଦ ମଧ୍ୟ ରହିଥିଲା । ଟ୍ରାଫିକ୍ କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଅନେକ ପ୍ରଶଂସା କରୁଛନ୍ତି ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0