spot_img

୧୦.୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

କାକଟପୁର : ରବିବାର ଦୁଇ ଜଣ ଯୁବକଙ୍କଠାରୁ ୧୦.୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କାକଟପୁର ଥାନା ପୋଲିସ୍ । ଏଥି ସହ ଗୋଟିଏ ପଲସର ବାଇକ୍ ମଧ୍ୟ ଜବତ କରାଯାଇଛି । ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଓଳଙ୍ଗର ଗ୍ରାମରୁ କାକଟପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ । ପୋଲିସ୍ ବାଇକ ଜବତ କରି ଯାଞ୍ଚ କରିବା ବେଳେ ଏକ ପଲଥିନିରେ ୧୦.୫ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା । ଓଲଙ୍ଗର ଗ୍ରାମର ପ୍ରଶାନ୍ତ ସ୍ୱାଇଁ ଏବଂ ହରିହରା ନନ୍ଦ ଗ୍ରାମର ବୁଲୁଦାସଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ୨୨୭/ ୨୦୨୦ କେଶ ନମ୍ବର ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular