spot_img

ଦୀପାବଳୀ ଅବସରରେ ପୋଲିସ ଅଧିକାରୀଙ୍କୁ ସମ୍ମାନିତ

କାକଟପୁର : ପବିତ୍ର ଦୀପାବଳୀ ଅବସରରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ । ନିଶା ନିବାରଣ ସଂଘ ପକ୍ଷରୁ କାକଟପୁର ତହସିଲଦାର ବିରଞ୍ଚି ବେହେରାଙ୍କୁ ସମ୍ମାନିତ କରାଯାଇଛି । ଗତ ଆଠ ତାରିଖରେ ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରୁ କାକଟପୁର ପୋଲିସ ବିରଞ୍ଚି ବେହେରା ଏକ ବ୍ରାଉନସୁଗାର ଅପରାଧୀକୁ ଧରିଥିଲେ । ସେହିପରି କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ ଯୋଗ ଦେବା ପରେ ଚୋରା ମଦ ବ୍ୟବସାୟ ମଧ୍ୟ କମିବାରେ ଲାଗିଛି । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନୟକ, କାକଟପୁର ତହସିଲଦାର ବିରଞ୍ଚି ବେହେରାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଛି । ନିଶା ନିବାରଣ ତଥା ଅସ୍ତରଙ୍ଗ ବ୍ୟବସାୟୀ ସଂଘର ସଭାପତି ଦୁଷ୍ମନ୍ତ ପରିଡା, ଭଗବାନ ଲେଙ୍କା, ସୌମ୍ୟ ସହ ଅନେକ ସଦସ୍ୟ ମାନେ ସେମାନଙ୍କୁ ସମ୍ମାନିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular