spot_img

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିବ ଏହି ବୈଠକ । ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ଅନୁମୋଦିତ କରାଯିବ । ଆୟ ଓ ବ୍ୟୟ ଅଟକଳ କରାଯିବ । ପୂର୍ବରୁ ଫାଇନାନ୍ସ ସବ କମିଟି, ଲ୍ୟାଣ୍ଡ ସବ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟକୁ ନେଇ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡ ଆରକୁ୍ୟଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବଜେଟ ଆଗତ କରାଯିବ । ଆୟ ବ୍ୟୟର ଅଟକଳ ମଧ୍ୟ କରାଯିବ । ବିଶେଷକରି ସେବାୟତଙ୍କ କଲ୍ୟାଣ ଫଣ୍ଡରେ ସେବାୟତଙ୍କୁ ବାସସ୍ଥାନ ଯୋଗାଇବା, କୋଭିଡ ସମୟରେ ଆର୍ଥିକ ଅନାଟନ ପରିସମାପ୍ତି ପାଇଁ ଅଧିକ ଟଙ୍କା ପ୍ରଦାନ କରାଯିବ । ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ବିସ୍ତୁତ ଭାବରେ ଆଲୋଚନା କରାଯାଇପାରେ । ସେହିପରି ନାଗାର୍ଜୁନ ବେଶ ଏବଂ ରୂପା ଦ୍ୱାର ଡିଜାଇନକୁ ନେଇ ଆଲୋଚନା କରାଯିବ ଏବଂ ପରିଚାଳନା କମିଟି ବୈଠକରେ ମୋହର ଲଗାଯିବ । ରତ୍ନଭଣ୍ଡାରର ଭିତର ମରାମତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular