spot_img

କଲେଜ ଅଧକ୍ଷଙ୍କ ବିରୋଧରେ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା +୨ କଲେଜର ଅଧକ୍ଷକଙ୍କ ବିରୋଧରେ ତେଜିଲା ଆନେ୍ଦାଳନ । ମାନସିକ ଭାବରେ ନିର୍ଯ୍ୟାତନା ଦେଉଥିବା +୨ କଲେଜର ଅଧକ୍ଷ ନିତ୍ୟାନନ୍ଦ ଦାସ ଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ପ୍ରଥମେ ଲକ୍ଷ ଲକ୍ଷ ଟଙ୍କା ହେରଫେର ପରେ ଏବେ କଲେଜର ମୁଖ୍ୟ କିରାଣୀଙ୍କୁ ମିଛ ଦସ୍ତଖତ କରିବାକୁ ମଧ୍ୟ ବାଧ୍ୟ କରୁଛନ୍ତି ନିତ୍ୟାନନ୍ଦ ଦାସ । ଦସ୍ତଖତ ନ କଲେ କାରଣଦର୍ଶାଅ ନୋଟିସ ଦେବାକୁ ଧମକ ମଧ୍ୟ ଦେଉଛନ୍ତି । ବାରମ୍ବାର ଅଧକ୍ଷ ନିତ୍ୟାନନ୍ଦ ଦାସଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ସୁଧା କାହିଁକି ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଏହାର ପ୍ରତିବାଦ କରି ସମସ୍ତେ ନୀଳଗିରି ଉପଜିଲ୍ଳାପାଳ ତଥା ଔପଦା +୨ କଲେଜର ସଭାପତିଙ୍କ ନିକଟରେ ଫେରାଦ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular