spot_img

ସ୍ପେସ୍ ଏକ୍ସ ସହାୟତାରେ ମହାକାଶକୁ ଗଲେ ୪ ଯାତ୍ରୀ

ବ୍ୟୁରୋ ରିପୋର୍ଟ: ମହାକାଶ କେନ୍ଦ୍ରକୁ ଗଲେ ୪ ମହାକାଶ ଯାତ୍ରୀ । ନାସା ଓ ସ୍ପେସ ଏକ୍ସର ମିଳିତ ପ୍ରୟାସରେ ସେମାନଙ୍କୁ ମହାକାଶ କେନ୍ଦ୍ରକୁ ପଠାଯାଇଛି । ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ସେମାନେ ଫାଲକନ ରକେଟରେ ମାଧ୍ୟମରେ ସେଠାକୁ ଯାଇଛନ୍ତି । ମହାକାଶଚାରୀମାନେ ସ୍ପେସ୍ କ୍ୟାପସୁଲ ରିସାଇଲେନ୍ସ ସହାୟତାରେ ସୋମବାର ମଧ୍ୟ ରାତ୍ରରେ ମହାକାଶ ଗବେଷଣା କେନ୍ଦ୍ରରେ ପହଁଞ୍ଚିବାକୁ ଯୋଜନା ରହିଛି । ସେଠାରେ ସେମାନେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଗବେଷଣା କରିବେ । ମହାକାଶଚାରୀଙ୍କ ମଧ୍ୟରେ ରହିଛନ୍ତି ଶାନ୍ନୋନ ୱାକର, ଭିକ୍ଟର ଗ୍ଲୋଭର, ମାଇକ୍ ହପ୍କିନ୍ସ ଏବଂ ସୋଇଚି ନୋଗୁଚି । ସେମାନଙ୍କ ମଧ୍ୟରୁ ଭିକ୍ଟର ଗ୍ଲୋଭର ପ୍ରଥମ କୃଷ୍ଣାଙ୍ଗ ଭାବେ ମହାକାଶକୁ ଯାତ୍ରା କରିଛନ୍ତି । ମହାକାଶଚାରୀଙ୍କ ମଧ୍ୟରେ ୩ ଜଣ ଆମେରିକା ନାଗରିକ ଥିବାବେଳେ ଜଣେ ଜାପାନର ନାଗରିକ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular