ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ଦିର୍ଘ ୭ ବର୍ଷ ଧରି ଲାଗି ରହିଥିବା ବିବାଦ ଉଗ୍ରରୂପ ନେଇଛି । କିଛି ଲୋକ ଶ୍ମଶାନ ଜମି ଜବରଦଖଲ ଯୋଗୁଁ ଶ୍ମଶାନ ବିବାଦ ମୁଣ୍ଡ ଟେକିଛି । ପ୍ରଶାସନ ଏହାକୁ ସମାଧାନ ନକରି ତାଳିପକା ଭଳି ମୃତ ପରିବାରକୁ କିଛି ଆର୍ଥିକ ସହାୟତ ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିଲା।
ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଚଂପା ଦେଇ ନାମକ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବାପରେ ଶବ ସତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶବ ବାସି ମଡା ହୋଇ ପଡିରହିଥିଲା। ବିବାଦୀୟ ଶ୍ମଶାନ ଜମି ସମାଧାନ ହୋଇନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ପ୍ରଶାସନ ଓ ପୋଲିସ ଫୋର୍ସ ଶ୍ମଶାନରେ ମୂତୟନ ରହିଥିଲେ। ସେହି ପୂରୁଣା ଶ୍ମଶାନରେ ଝାନସିପାଟଣାର ଲୋକେ ବଳପୂର୍ବକ ଶବ ସତ୍କାର କରାଇଛନ୍ତି। ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ଶବ ସତ୍କାର ନକରିବା ପାଇଁ ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ପୋଲିସ ପ୍ରଶାସନ ଉପସ୍ଥିତରେ ବିବାଦୀୟ ଜମି ଉପରେ ଝାନସିପାଟଣା ଗ୍ରାମବାସୀ ଶବ ସତ୍କାର କରିଛନ୍ତି । ଅନ୍ୟପକ୍ଷରେ ଝାନସିପାଟଣାର ଲୋକଙ୍କୁ ପଚାରିବାରେ ସେ ତହସିଲଦାରଙ୍କ ପୂର୍ବ ନିର୍ଦ୍ଦେଶ ମତେ ଶ୍ମଶାନ ଜମିରେ ଶବ ସତ୍କାର କରିବା କଥା କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0