spot_img

ରାଜଧାନୀରେ ସେଞ୍ଚୁରୀ ଟପିଲା କରୋନା, ରେକର୍ଡ ସଂଖ୍ୟକ ୧୨୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି | ସେହିପରି ୫୨ଟି ଲୋକାଲ କେସ ସାମ୍ନାକୁ ଆସିଛି | ଆଜି ୫୪ ଜଣ ସୁସ୍ଥ ହୋଇଥିବାବେଳେ ଲୋକାଲ କେସର ସଂଖ୍ୟା ବୃଦ୍ଧି ବିଏମସି ବା ଭୁବନେଶ୍ୱର ମହାନଗର ନିଗମର ଚିନ୍ତାକୁ ବଢ଼ାଇଦେଇଛି |

ଆଜି ଚିହ୍ନଟ ହୋଇଥିବା ଲୋକାଲ କେସ ମାନଙ୍କ ମଧ୍ୟରେ ଲକ୍ଷ୍ମୀ ବିହାର ବସ୍ତି, ଚିନ୍ତାମଣିଶ୍ୱର, ବମିଖାଲ,ସାଲିଆ ସାହି, ଡୁମଡୁମା, ସହିଦ ନଗର, ଗଙ୍ଗନଗର, ନୟାପଲ୍ଲୀ, ଚକେଇସିଆଣୀ, ପଳାଶୁଣୀ, ପାତ୍ରପଡା,ବୁଦ୍ଧେଶ୍ୱରୀ କଲୋନୀ, ପଟିଆ, ବିଜେବି ନଗର, ଡେ଼ଲ୍ଟା କଲୋନୀ, ସିରିପୁର, କୋଳଥିଆ ପ୍ରମୁଖ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ଏପର୍ଯ୍ୟନ୍ତ କେବଳ ରାଜଧାନୀରୁ ୧୦୪୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୫୭ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୭୪ଟି ସକ୍ରିୟ ମାମଲା ରହିଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular