spot_img

ବ୍ରାଉନସୁଗର କାରବାର ବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ ବିଏମ୍‌ସି କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିଚାଲିଛି ଧଳାଜହର କାରବାର । ଆଜି ଜଣେ ବିଏମ୍‌ସି କର୍ମଚାରୀଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛି ଲିଙ୍ଗରାଜ ଥାନା ପୋଲିସ୍ ।  ତାଙ୍କ ନିକଟରୁ ୮୦ ହଜାର ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏହାସହ ତାଙ୍କ ପାଖରୁ ୪୨ ହଜାର ଟଙ୍କା, ୪୦ ଗ୍ରାମ ସୁନା ଗହଣା ଓ ଗାଡ଼ି ବି ଜବତ ହୋଇଛି । ବ୍ୟକ୍ତି ଜଣକ ବିଏମ୍‌ସିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । କ୍ୟାପିଟାଲ ହସ୍ପିଟାଲ ପାଖରେ ଔଷଧ ବିକ୍ରି କରୁଥିବା ବେଳେ ଧରିଲା ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲିପ ବେହେରା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular