ଝାରସୁଗୁଡା : ଝାରସୁଗୁଡା ପୌରାଞ୍ଚଳକୁ ମୁମ୍ବାଇ–ହାଓ୍ବଡା ରେଳପଥ ୨ ଭାଗରେ ବିଭକ୍ତ କରିଛି। ଚୌକିପଡା ଦେଇ ସହର ଭିତରକୁ ଯିବାକୁ ପ୍ରବେଷପଥ ରହିଛି। ଏହି ପ୍ରବେଶ ପଥ ଦେଇ ଦୈନିକ ଶହଶହ ସଂଖ୍ୟାରେ ଲୋକେ ଚୌକିପଡା ଫାଟକ ପାର୍ ହୋଇ ଯାଇଥାନ୍ତି |
ଡାକ୍ତରଖାନା, କଲେଜ କିମ୍ବା ସ୍କୁଲ ଯିବାକୁ ହେଲେ ସହରାଞ୍ଚଳର ୧୨ଟି ୱାର୍ଡର ଲୋକେ ଏହି ରାସ୍ତା ଦେଇ ସହଜରେ ଯାଇଥାନ୍ତି | କିନ୍ତୁ ବ୍ୟସ୍ତ ବହୁଳ ମୁମ୍ବାଇ– ହାଓ୍ବଡା ଲାଇନ୍ ସହ ସମ୍ବଲପୁର ଲାଇନ୍ ଏହି ପଟେ ରହିଥିବାରୁ ଅନେକ ସମୟରେ ଲୋକଙ୍କୁ ସହର ଭିତରକୁ ପ୍ରବେଶ କରିବାକୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ | ଯାହାକୁ ନେଇ ୧୯୮୦ ଦଶକରୁ ଚୌକିପଡା ଠାରେ ରେଳ ଅଣ୍ଡରଗ୍ରାଉଣ୍ଡ ଓଭରବ୍ରିଜ ନିର୍ମାଣ ଦାବି ଉଠି ଆସିଛି |
ଏହି ଦାବିକୁ ନେଇ ଅନେକ ଥର ଆନ୍ଦୋଳନ ଓ ରେଳ ରୋକ କରି ବହୁ ସଂଖ୍ୟାରେ ନାଗରିକ ପ୍ରତିବାଦ କରିଛନ୍ତି। ଗତବର୍ଷ ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଭୂମିପୂଜା ମଧ୍ୟ କରି ସାରିଥିଲେ | କିନ୍ତୁ ତାହା ଆରମ୍ଭ ହୋଇ ପାରି ନଥିବାରୁ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ରେଳ ବାଇ ଅଧିକାରୀଙ୍କ ସହ ବୈଠକ କରି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନବ ଦାସ ଖୁବଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି |



Visitors Today : 0
Total Visitors : 130429
Total Views : 9891960
Visitors Online Now : 0